kalimah.top
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

babushan mohanty & ira mohanty - ore sawariya كلمات أغنية

Loading...

ଉଁ… ଉଁ… ଉଁ…

ତୋଫା ତୋଫା ତ ହସର ସୁଅରେ

ଭିଜି ଭିଜି ମୁଁ ଯାଉଛି ପ୍ରିୟାରେ
ତୋଫା ତୋଫା ତ ହସର ସୁଅରେ
ଭିଜି ଭିଜି ମୁଁ ଯାଉଛି ପ୍ରିୟାରେ
ଜୀବନେ ମୋର ଯାଇଛି ଭରି
ତ ମିଠା ମହକ ଛୁଆଁ
ଓରେ ସାୱରିଆ
ତୁ ଋତୁଟେ ନୂଆ
ଓରେ ସାୱରିଆ
ତୁ ଫୁଲଟେ ନୂଆ
ତ ପାଇଁ ବଦଳିଲା ମୋ ଦୁନିଆ
ଓରେ ସାୱରିଆ
ତୁ ରାତି ମହୁଆ
ଓରେ ସାୱରିଆ
ତୁ ଚଇତି ବାଆ

ହ… ଯେବେ ଠାରୁ ମୋତେ ଛୁଇଁଲା
ତୋ ପ୍ରେମ ପୂରବୀ
ହ… ଯେବେ ଠାରୁ ମୋତେ ଛୁଇଁଲା
ତୋ ପ୍ରେମ ପୂରବୀ
ଓଠରେ ମୋ ତୋରି କଥା
ଆଖିରେ ତୋ ଛବି
ସପନେ ମୋର ଫାଲ୍ଗୁନୀ ସାଜି
ବୁଣିଲୁ ରଙ୍ଗ ଫରୁଆ
ଓରେ ସାୱରିଆ
ତୁ ଗୀତଟେ ନୂଆ
ଓରେ ସାୱରିଆ
ତୁ ମିତଟେ ନୂଆ
ଜଳାଏ ତୋ ପ୍ରେମର ମିଠା ନିଆଁ
ଓରେ ସାୱରିଆ
ତୁ ସ୍ମୃତିର ଗାଆଁ
ଓରେ ସାୱରିଆ
ତୁ ପ୍ରେମର ନାଆ

ହୁଁ… ଭାବୁଥିଲି ତୋରି କଥା
ପତଳା ନିଦରେ
ହଁ… ଭାବୁଥିଲି ତୋରି କଥା
ପତଳା ନିଦରେ
ତୁ ଆସି ଭିଜେଇ ଦେଲୁ
ମହ୍ଲାର ରାଗରେ
ଇନ୍ଦ୍ରଧନୁର ସାତ ରଙ୍ଗରେ
ଏ ମନ କଲୁ କିମିଆ
ଓରେ ସାୱରିଆ
ତୁ ମେଘଟେ ନୂଆ
ଓରେ ସାୱରିଆ
ତୁ ଦିଗଟେ ନୂଆ
ପାଗଳ ଏଇ ମନ ଅମାନିଆ
ଓରେ ସାୱରିଆ
ତୁ ଚାନ୍ଦ ଉଦିଆ
ଓରେ ସାୱରିଆ
ତୁ କାକର ଛୁଆଁ

كلمات أغنية عشوائية

كلمات الأغنية الشائعة حالياً

Loading...